OSA Public Library Model

OSA Public Library Model

Suggested OSA Public Library Model Support System

Rooms in Rajiv Gandhi Seva Kendra for the GP Library

[ 2018 PR department Circular to all BDOs for Establishment of GP Library-cum-edutainment Centers ]

1) Computer Room,

2) Seminar Room,

3) Reading Room,

4) Librarian’s Room

5) Front Desk

6) Bath Rooms

External View of Rajiv Gandhi Seva Kendra

Floor Plans of Rajiv Gandhi Seva Kendra to be used for Public Library

Park along with the Library under MGNREGAS( Refer 2018 Circulars to all BDOs )

Computing/Internet Infrastructure

Thin Client Computing Technology will be used in order to reduce Capital Expense(CAPEX) and Operational Expense(OPEX)

A sample floor plan for e-library and conferences hall

Public Library Cost Structure In GP Library(Rajiv Gandhi Seva Kendras)

ନୂତନବର୍ଷରେ ବ୍ରହ୍ମପୁର ଆଦର୍ଶ ସର୍ବସାଧାରଣ ପାଠାଗାରର ଏକ ନୂଆ ଅଧ୍ୟାୟର ଅୟମାରମ୍ଭ

ନୂତନବର୍ଷରେ

ବ୍ରହ୍ମପୁର ଆଦର୍ଶ ସର୍ବସାଧାରଣ ପାଠାଗାରର ଏକ ନୂଆ ଅଧ୍ୟାୟର ଅୟମାରମ୍ଭ

-୫ବର୍ଷ ବଢ଼ିଲା ମଡେଲ୍‌ ପବ୍ଲିକ୍‌ ଲାଇବ୍ରେରୀ ଚୁକ୍ତି

ଆଉ ୧୨ଟି କମ୍ପ୍ୟୁଟର ରଖିବାକୁ ଯୋଜନା

ଗଞ୍ଜାମର ବ୍ରହ୍ମପୁର ମଡେଲ୍‌ ପବ୍ଲିକ୍‌ ପାଠାଗାର ଭଳି ଓଡ଼ିଶାର ସବୁ ବ୍ଲକରେ ପାଠାଗାର କରିବାକୁ ପ୍ରୟାସ ଜାରୀ ରହିବ

୦୧।୦୧।୨୧

ବ୍ରହ୍ମପୁରବାସୀଙ୍କୁ ପ୍ରବାସୀ ଓଡ଼ିଆ ସମାଜ “ଦି ଓଡ଼ିଆ ସୋସଇଟି ଅଫ୍‌ ଆମେରିକାସ୍‌ (ଓସା)” ଓ ବ୍ରହ୍ମପୁର ନଗର ନିଗମ ତରଫରୁ ଏକ ଅଭିନବ ଉପହାର ମିଳିଥିଲା ନୂତନ ବର୍ଷର ପ୍ରଥମ ଦିନରେ। ବ୍ରହ୍ମପୁରରେ ଥିବା ଓସା  ବି ଇ ଏମ୍‌ ସି ନଲେଜ୍‌ ହବ୍‌ ଯାହାକୁ ସମସ୍ତେ ବ୍ରହ୍ମପୁର ମଡେଲ୍‌ ପବ୍ଲିକ୍‌ ଲାଇବ୍ରେରୀ ନାମରେ ଜାଣନ୍ତି ସେହି ପାଠାଗାରକୁ ଆହୁରି ଅଧିକ ସୁବିଧା ଓ ସୁଯୋଗ ଯୋଗାଇ ଦେବା ନିମନ୍ତେ ଚୁକ୍ତିର ନବୀକରଣ ଆହୁରି ଅଧିକ ୫ବର୍ଷ ନିମନ୍ତେ କରାଯାଇଛି। ଓସା ତରଫରୁ ସଭାପତି କୁକୁ ଦାସ ଓ ବ୍ରହ୍ମପୁର ନଗର ନିଗମ ଚେୟାର୍‌ମେନ୍‌  ଡ: ସିଦ୍ଧେଶ୍ୱର ବଳିରାମ ବୋନ୍ଦାର୍‌ ତଥା ପାଠାଗାର ପରିଚାଳନା କମିଟିର ଉପସଭାପତି ଡା: ବି ନାଗେଶ୍ୱର ସୁବୁଦ୍ଧି ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ଓସା ସଭାପତି କୁକୁ ଦାସ, ଉପସଭାପତି ଅନୀଲ ପଟ୍ଟନାୟକ, ଓପିଏଲ୍‌ଆଇର ନିଶିକାନ୍ତ ସାହୁ, ଅଜୟ ମହାନ୍ତି, ସନ୍ଦୀପ ଦାଶ ବର୍ମା, ପ୍ରଭାତ ନଳିନୀ ପଟ୍ଟନାୟକ ଓ ପ୍ରଶାନ୍ତ ଭୂୟାଁ ତଥା ବ୍ରହ୍ମପୁରରୁ ବ୍ରହ୍ମପୁର ନଗର ନିଗମରୁ କମିଶନର୍‌ ଡଃ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ପାଠାଗାରର ସହଯୋଗୀ ବି. ନାଗେଶ୍ୱର ରାଓ ସୁବୁଦ୍ଧି, ଇ.ଟି. ରାଓ, ଜେ ସୁରେଶ, ସୁଧୀର ରାଉତ, ରାମକୃଷ୍ଣ ଚୌଧୁରୀ ପ୍ରଭୃତିଙ୍କ ଉପସ୍ଥିତିରେ ପାଠାଗାର ନବୀକରଣ ଚୁକ୍ତିନାମାରେ ସ୍ୱାକ୍ଷର ହୋଇଥିଲା।

ଓଡ଼ିଶାବାସୀଙ୍କ ନିମନ୍ତେ ଅତ୍ୟାଧୁନିକ ପାଠାଗାରର ଆବଶ୍ୟକକୁ ଅନୁଭବ କରି ଏହି ପ୍ରକଳ୍ପର ପ୍ରାରମ୍ଭ କରିଥିଲେ। ଓସାର କର୍ମକର୍ତ୍ତାଙ୍କ ଆଗ୍ରହ ଓ ଆଞ୍ଚଳିକ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଏହି ପାଠାଗାର ଏବେ କାର୍ଯ୍ୟକ୍ଷମ। ଶହ ଶହ ଛାତ୍ରଛାତ୍ରୀ ଏବେ ଏହାର ସଭ୍ୟ/ସଭ୍ୟା ହୋଇ ଏହି ପାଠାଗାରର ସମସ୍ତ ଆନୁସଙ୍ଗିକ ସୁବିଧା ଉପଲବ୍‌ଧ କରୁଛନ୍ତି।

ବ୍ରହ୍ମପୁରର ସର୍ବସାଧାରଣ ଏହି ପାଠାଗାର ପ୍ରକଳ୍ପରେ ଯୋଡ଼ି ହେଲେ ଏହାର ପ୍ରକୃତ ଲକ୍ଷ୍ୟ ସାଧନ ହେବ ବୋଲି ଓସା ତରଫରୁ ଏକ ବିବୃତିରେ କୁହା ଯାଇଛି। ବ୍ରହ୍ମପୁର ମଡେଲ୍‌ ପବ୍ଲିକ୍‌ ଲାଇବ୍ରେରୀ ନିମନ୍ତେ ଆହୁରି ୧୨ଟି କମ୍ପ୍ୟୁଟର୍‌ ଯୋଗାଇ ଦେବାକୁ ପ୍ରଚେଷ୍ଟା ହେଉଛି।

ଆଜି ଅନ୍ତର୍ଜାଲୀୟ ଜୁମ୍‌ୱେବିନାର୍‌ ମାଧ୍ୟମରେ ଉତ୍ତର ଆମେରିକାରୁ;

ଏହି ସହମତି ଫଳରେ ପାଠାଗାରର ସୁଚାରୁ ପରିଚାଳନା, ଆହୁରି ଅଧିକ ସୁବିଧା, ସୁଯୋଗ ଓ ସଂପ୍ରସାରଣରେ ସହାୟକ ହେବ ବୋଲି ବ୍ରହ୍ମପୁର କମିଶନର୍‌ ଶ୍ରୀଯୁକ୍ତ ବୋନ୍ଦାର୍‌ ଓ ଓସା ସଭାପତି କୁକୁ ଦାସ ସଞ୍ଚାର ମାଧ୍ୟମକୁ ବୁଝାଇ କହିଥିଲେ।

ନିଶିକାନ୍ତ ସାହୁ କହିଲେ

ଏହି ପ୍ରୟାସର ସଫଳତା ପରେ ଏହି ଭଳି ପାଠାଗାର ସମଗ୍ର ଓଡ଼ିଶାରେ କରିବାର ପ୍ରୟାସରେ ଆମ୍ଭେ ସଫଳକାମୀ ହେବୁ।

ଅଜୟ ମହାନ୍ତି କହିଥିଲେ ଯେ

ଏହି ପାଠାଗାରରେ ବ୍ରହ୍ମପୁରବାସୀ ଓ ସର୍ବୋପରି ଶ୍ରୀଯୁକ୍ତ ବୋନ୍ଦାର୍‌ଙ୍କ ବଳିଷ୍ଠ ପଦକ୍ଷେପ ସ୍ୱାଗତଯୋଗ୍ୟ।

ସନ୍ଦୀପ ଦାଶ ବର୍ମା କହିଥିଲେ ଯେ

ବ୍ରହ୍ମପୁର ମଡେଲ୍‌ ଲାଇବ୍ରେରୀ ଆହୁରି ଅଧିକ ସମୟ ଖୋଲା ରହିଲେ ଅଧିକରୁ ଅଧିକ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଏହା ଉପଯୋଗୀ ହେବ। ଏହି ପାଠାଗାର ନିମନ୍ତେ ଅଧିକ ସ୍ୱେଚ୍ଛାସେବୀ ଯୋଗାଡ଼ ହେଲେ ତାହା ଫଳପ୍ରଦ ହେବ ବୋଲି ମଧ୍ୟ ସେ ମତ ଦେଇଥିଲେ।

ଅନୀଲ ପଟ୍ଟନାୟକ ଏହି ପ୍ରକଳ୍ପର ଉନ୍ନତି ଓ ଆଧିନିକୀକରଣ ନିମନ୍ତେ ଏକ ଖସଡ଼ା ପ୍ରସ୍ତୁତ କରାଯାଇ କାର୍ଯ୍ୟକରି ଏହାକୁ ସଫଳକାମୀ କରିବା।

ପରିଶେଷରେ ପ୍ରଶାନ୍ତ ଭୂୟାଁ ବ୍ରହ୍ମପୁରବାସୀଙ୍କୁ ବୁଝାଇ କହିଥିଲେ ଯେ

କେବଳ ପାଠାଗାରର ପ୍ରତିଷ୍ଠା ନୁହଁ ବରଂଚ ମାସକୁ ଚାରିରୁ ପାଞ୍ଚହଜାର ସଭ୍ୟ ଏହି ସୁଯୋଗର ସଦୁପଯୋଗ କରିଲେ ବ୍ରହ୍ମପୁର ପାଇଁ ତାହା ଭଲ ହେବ। ଓସାର ଏହି ପାଠାଗାର ବ୍ରହ୍ମପୁର ପାଇଁ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ । ଓସାର ଲକ୍ଷ୍ୟ ଏହା ରହିଛି ଯେ, ଏହା ସମାଜର ଆବାଳବୃଦ୍ଧବନିତାଙ୍କ ଜ୍ଞାନବର୍ଦ୍ଧନରେ ସହାୟକ ହେଉ। ଏହା ଏକ ସର୍ବସାଧାରଣଙ୍କ ଶିକ୍ଷଣୀୟ ପରିବେଶ ହେଉ। ଏହି ପାଠାଗାର ଶିକ୍ଷା, ସଂସ୍କୃତି, ସାମାଜିକ, ଅର୍ଥନୀତି ବିକାଶ ନିମନ୍ତେ ଉଦ୍ଦିଷ୍ଟ ଏଣୁ  ବ୍ରହ୍ମପୁରର ଜ୍ଞାନୀ ଓ ଗୁଣିଜନେ ଏକ ଗୁଣାତ୍ମକ ବିପ୍ଲବ ଆଣି ସହରକୁ ବିଶ୍ୱଦରବାରରେ ପରିଚିତ କରାଇବେ

ବ୍ରହ୍ମପୁରବାସୀ ଓ ସଞ୍ଚାରମାଧ୍ୟମକୁ ସହଯୋଗ କରିବା ନିମନ୍ତେ ଓ ଏହି ପାଠାଗାରକୁ ସଫଳ କରାଇବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ।

(ଆମେ ଓଡ଼ିଆ-ଆମ ଓଡ଼ିଶା ସଞ୍ଚାର ମାଧ୍ୟମ ସୌଜନ୍ୟରୁ)